Odisha Link
Bridging the Missing Links in Odisha

ବିଜେଡିରୁ ଇସ୍ତଫା ଦେଲେ ଜଣେ ପୂର୍ବତନ ବିଧାୟକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବଳଭଦ୍ର। ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର। ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ।

Leave A Reply

Your email address will not be published.