Odisha Link
Bridging the Missing Links in Odisha

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦିଙ୍କ ମାଷ୍ଟରପ୍ଲାନ୍‌

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି। ଏପରିକି ୨୦୨୪ ସାଧାରଣ ନିର୍ବାଚନର ତାରିଖ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁଣିଥରେ କେନ୍ଦ୍ର ଦଖଲ ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ଆସନରେ ପହଁଞ୍ଚିବା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି। ବିଜେପିର ଏହି ରଣନୀତିର ମଙ୍ଗ ଧରିଛନ୍ତି ଖୋଦ୍‌ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦି ସମସ୍ତ ରାଜ୍ୟର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ଗାଁରୁ ସହର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ବିଜେପି ଆରମ୍ଭ କରିଛି ପ୍ରୟାସ। ଏଥିସହିତ ସମସ୍ତ ଲୋକସଭା ଆସନ ଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରୁଛନ୍ତି। ଫେବୃଆରୀ ୫ ତାରିଖ ପୂର୍ବରୁ ମୋଦି ବଡ଼ ବଡ଼ ରାଜ୍ୟ ଗୁଡ଼ିକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାମିଲନାଡ଼ୁ, କେରଳ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଗସ୍ତ କରି ସାରିଲେଣି ମୋଦି। ଏପରିକି ଖବର ଅଛି କି ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟ ଗୁଡ଼ିକୁ ମୋଦି ୨-୨ ଥର ଗସ୍ତ କରିବାର ସମ୍ଭାବନା ରହିଛି।

ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ବି ମୋଦି ଆଗୁଆ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ମୋଦି ଆଉ ତାଙ୍କ ଟିମ୍‌ ବିିଭିନ୍ନ ଯୋଜାନା ଓ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଯାହା ଜନତାଙ୍କ ନିକଟତର ହେବା ପାଇଁ ସୁଯୋଗ ମିଳିଲା। ଯାହାର ଫାଇଦା ନିର୍ବାଚନରେ ବିଜେପିକୁ ମିଳିଲା। ଠିକ୍‌ ସମାନ ଢଙ୍ଗରେ ଲୋକସଭା ନିର୍ବାଚନ ପ୍ରସ୍ତତୁି ଆରମ୍ଭ କରିଛି ବିଜେପି। ଜାନୁଆରୀ ୧୦ ତାରିଖରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ ପିଏମ୍‌ ମୋଦି। ସେଠାରେ ବିଭିନ୍ନ ପ୍ରଳ୍ପର ଶୁଭାରମ୍ଭ କରିବା ସହିତ ବିଭିନ୍ନ ସଭାରେ ଯୋଗ ଦେବେ। ଏହାପରେ ୧୨ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ ମୋଦି। ଏହାପରେ ୧୩ ତାରିଖରେ ଝାଡ଼ଖଣ୍ଡ ଓ ବିହାର ଗସ୍ତ କରିବେ ମୋଦି। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ଦେଶର ବିଭିନ୍ନ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି।

Leave A Reply

Your email address will not be published.