Odisha Link
Bridging the Missing Links in Odisha

ପୁଲିସ ଏସ୍ଆଇ ଚୟନ ଅନିୟମିତତା ମାମଲା: ନୋଟିସ୍‌ ଜାରି କଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ପୁଲିସ ଏସ୍ଆଇ ଚୟନ ଅନିୟମିତତା ମାମଲା ସାମ୍ନାକୁ ଆସିଛି। ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ନୋଟିସ୍ କରାଯାଇଛି। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ପୁଲିସ ଏସ୍ଆଇ ଚୟନ ପରୀକ୍ଷାରେ ପ୍ରଥମ ପେପର ପ୍ରଶ୍ନପତ୍ର ବଦଳରେ ୨ୟ ପେପର ଦିଆଯାଇଥିଲା। ଖୋର୍ଦ୍ଧାର ଏକ ପରୀକ୍ଷା କେନ୍ଦ୍ରରେ ୨ୟ ପେପର ଦିଆଯାଇଥିଲା। ଏହାକୁ ନେଇ କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ନେଇ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

Leave A Reply

Your email address will not be published.