Odisha Link
Bridging the Missing Links in Odisha

ମହାନଦୀ ଜଳବିବାଦ ଶୁଣାଣି: ଅସଂପୂର୍ଣ୍ଣ ରହିଲା ସାକ୍ଷ୍ୟଗ୍ରହଣ

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ଏହି ମାମଲାକୁ ନେଇ ଆଜି ଶୁଣାଣି କରାଯାଇଥିବାବେଳେ ଆଜିର ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ରହିଲା। ଓଡ଼ିଶା ପକ୍ଷରୁ ପ୍ରଥମ ସାକ୍ଷୀ ଭାବେ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ମହାନଦୀ ଅବବାହିକାରେ ସାମାଜିକ ଅର୍ଥନୈତିକ ପ୍ରଭାବ ଉପରେ ସାକ୍ଷ୍ୟ ଦିଆଯାଇଛି। ଓଡ଼ିଶା ପକ୍ଷରୁ ୯ ଓ ଛତିଶଗଡ଼ ପକ୍ଷରୁ ୧୦ ଜଣ ସାକ୍ଷ୍ୟ ତାଲିକା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨ ଓ ୩ ତାରିଖରେ କରାଯିବ।

ଉଲ୍ଲେଖଯୋଗ୍ୟ, ୨୦୨୨ ଜାନୁଆରି ୧୫ ତାରିଖରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ୧୦ ଜଣିଆ ସାକ୍ଷୀ ତାଲିକା ଦାଖଲ କରିଥିଲେ। ସେହିଭଳି ଫେବ୍ରୁଆରି ୧୧, ୨୦୨୨ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୭ ଜଣିଆ ସାକ୍ଷୀ ତାଲିକା ଦାଖଲ କରାଯାଇଥିଲା। ହେଲେ ଗତ ଅକ୍ଟୋବର ୧୬ ତାରିଖର ଶୁଣାଣିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌‌ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସାନି ସାକ୍ଷୀ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ନୂଆ ସାକ୍ଷୀ ତାଲିକା ଦାଖଲ କରାଯାଇଛି। ତେବେ ଲାଗିରହିଥିବା ଏହି ବିବାଦ ଉପରେ ଖୁବଶୀଘ୍ର ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.