Odisha Link
Bridging the Missing Links in Odisha

ଏଣିକି ପଞ୍ଚାୟତରେ ପହଞ୍ଚିବ ପାଣିପାଗ ତଥ୍ୟ; ଆରମ୍ଭ ହେଲା ପଞ୍ଚାୟତ ମୌସମ ସେବା ଆପ୍‌

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରାକୃତିକ ଦୁର୍ବିପାଗ ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥାଏ। କିନ୍ତୁ ପଂଚାୟତରେ ରହୁଥିବା ବ୍ୟକ୍ତି ଏଥିରୁ ସମୟ ସମୟେ ବଂଚିତ ହୋଇଥାନ୍ତି। ତେବେ ଏଣିକି ପ୍ରତି ପଞ୍ଚାୟତରେ ପହଞ୍ଚିବ ପାଣିପାଗ ବିଭାଗର ତଥ୍ୟ। IMDର ମୋବାଇଲ ଆପ୍‌ ଜରିଆରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି।

ପଞ୍ଚାୟତ ମୌସମ ସେବା ଜରିଆରେ ଲୋକେ ପାଇବେ ତଥ୍ୟ। IMDର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ୧୨ଟି ଭାଷାରେ ଲୋକଙ୍କ ପାଖରେ ପାଣିପାଗ ତଥ୍ୟ ପହଞ୍ଚିବ। ଏଥିପାଇଁ ଉପରାଷ୍ଟ୍ରପତି ପଞ୍ଚାୟତ ମୌସମ ସେବା ଆପ୍‌ର ଶୁଭାରମ୍ଭ କରିଛନ୍ତି।

Leave A Reply

Your email address will not be published.