Odisha Link
Bridging the Missing Links in Odisha

ଲାଗିଲାଣି ବ୍ୟାନର; ଫେବ୍ରୁଆରୀ ୧୮ରୁ ଯାତ୍ରା ମହାସମର

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମାଘମେଳା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିସହିତ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରା ପାର୍ଟି ପ୍ରସ୍ତୁତ ହୋଇଗଲେଣି। କିଛି ଯାତ୍ରା କମିଟି ପ୍ରଚାର ବ୍ୟାନର୍‌ ଲଗାଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଲାଣି।

ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୩ଟି ପାର୍ଟିକୁ ବଇନା ଦିଆ ସରିଲାଣି। ଏଥର ମୋଟ ୭ଟି ପେଣ୍ଡାଲରେ ୧୩ ଅପେରା ପାର୍ଟି ନାଟକ ପରିବେଷଣ କରିବେ। ଫେବ୍ରୁଆରୀ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୨ ରାତି କମ୍ପିବ ଖଣ୍ଡଗିରି ଯାତ୍ରା ପଡ଼ିଆ।

ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ସାଇ ସମ୍ରାଟ, ଗୌରୀ, ସୂର୍ଯ୍ୟମନ୍ଦିର, ଦୂର୍ଗାମନ୍ଦିର, ଶିବାନୀ ଅପେରା ଆସିବାକୁ ଥିିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅଶୋକ ସମ୍ରାଟ, ସ୍ବର୍ଣ୍ଣ ମନ୍ଦିର, ସ୍ବପ୍ନ ମହଲ, କୋଣାର୍କ, କଳିଙ୍ଗ, ଯାତ୍ରା ସମ୍ରାଟ ତୁଳସୀ ଆଦି ପାର୍ଟି ଅଭିନୟର ଯାଦୁ ଦେଖାଇବେ।

Leave A Reply

Your email address will not be published.