Odisha Link
Bridging the Missing Links in Odisha

ଫେବ୍ରୁଆରୀ ୮ରେ ହିଁ ହେବ ମତଦାନ: ନିର୍ବାଚନ ଆୟୋଗ

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ପୂର୍ବ ନିର୍ଦ୍ଧାରିତ ଫେବ୍ରୁଆରୀ ୮ ତାରିଖରେ ହିଁ ହେବ ସାଧାରଣ ନିର୍ବାଚନ ବୋଲି ଆଜି କହିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିବା ପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ସିନେଟ୍ ଦେଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଉପଯୁକ୍ତ ହେବ ନାହିଁ।

ପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ଏକ ବିବୃତ୍ତିରେ କହିଛନ୍ତି, ପାରିତ ହୋଇଥିବା ସଂକଳ୍ପକୁ ବିଚାର କରାଯାଇଛି ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ‘ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା’ ଏବଂ ‘ଭୋଟର ଅନୁକୂଳ ପରିବେଶ’ ପ୍ରଦାନ କରିବାକୁ ତଦାରଖକାରୀ କେନ୍ଦ୍ର ଏବଂ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ସାଧାରଣ ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଏହା ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ଆୟୋଗ କହିଛନ୍ତି। ଏହା ସହିତ ଆୟୋଗ କହିଛନ୍ତି ଯେ ଫେବ୍ରୁଆରୀ ୮ , ୨୦୨୪ ରେ ପାକିସ୍ତାନର ନୂତନ ୱାଜିର-ଏ-ଆଜମ ନିର୍ବାଚିତ ହେବ।

ପାକିସ୍ତାନରେ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ମହିଳା ସାଧାରଣ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୋଟିଏ ପଟେ ଖାଇବର ପାଖ୍ଟନଖୱାର ବନେର ଜିଲ୍ଲାରୁ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ ଡକ୍ଟର ସବୀର ପ୍ରକାଶ ଖବରରେ ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପାର୍ଟି ପିଟିଆଇ ଅର୍ଥାତ୍ ପାକିସ୍ତାନ ତେହେରିକ-ଇ-ଇନସାଫ ମଧ୍ୟ ନିର୍ବାଚନକୁ ଓହ୍ଲାଇବ।

Leave A Reply

Your email address will not be published.