Odisha Link
Bridging the Missing Links in Odisha

ଏବେ ବି ଅଲୋଡ଼ା କନ୍ୟା ସନ୍ତାନ! ବସ୍‌ ତଳୁ ଉଦ୍ଧାର ହେଲା ୬ ମାସର ଶିଶୁକନ୍ୟା

ଓଏଲ୍‌ ବ୍ୟୁରୋ: ଆଜି ବି କଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ଚମ୍ପୁଆ ବସ୍‌ଷ୍ଟାଣ୍ଡରେ ବସ୍‌ ତଳେ ୬ ମାସର ଶିଶୁକନ୍ୟାକୁ ଛାଡ଼ି ଛୁ’। ଏକ ବ୍ୟାଗ୍‌ ଭିତରେ ପୁରାଇ ଶିତୁଆ ରାତିରେ ଛାଡ଼ି ପଳାଇଲେ। ବସ୍‌ ତଳୁ ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲ ନେଲା ପୁଲିସ। କିଏ ଓ କାହିଁକି ଏପରି ଅମାନବୀୟ କାର୍ଯ୍ୟ କଲା ତାହା ଜଣାପଡ଼ି ନାହିଁ।