Odisha Link
Bridging the Missing Links in Odisha

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ ଘଟଣା: ମହିଳା କେୟାରଟେକର ଗିରଫ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକର ସୋନିକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୋନି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା ରହିଛି। ସୋନି ବିଶ୍ବଜିତଙ୍କର କେୟାରଟେକର ଭାବେ ତିନିବର୍ଷ ଧରି କାମ କରୁଥିଲ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ଚର୍ଚ୍ଚା ହେଉଛି। ବିଶ୍ବଜିତଙ୍କୁ ସୋନି ବିବାହ କରିବାକୁ ବାଧ୍ୟ କରୁଥିଲେ। ବିଶ୍ବଜିତ ବିବାହ ପାଇଁ ରାଜି ନହେବାରୁ ଜଘନ୍ୟ କାଣ୍ଡ ଘଟଣାଇଥିବା ନେଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

Leave A Reply

Your email address will not be published.