Odisha Link
Bridging the Missing Links in Odisha

ଆଜି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଦ୍ୱିତୀୟ ଦିନ; ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି କଂସଙ୍କ ରାଜ

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କାଲି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହୋଇଥିଲା। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ତେବେ ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନ। ଶ୍ରୀକୃଷ୍ଣ ଜନ୍ମ ନେବାପରେ ବସୁଦେବ ଗୋପପୁର ଯାତ୍ରା କରିବେ।

ସୂଚନା ଅନୁସାରେ, ପୂର୍ବ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଥିଲା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ହୋଇଥିଲା। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ପୂର୍ବ ବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା।

Leave A Reply

Your email address will not be published.