Odisha Link
Bridging the Missing Links in Odisha

ଗଣତନ୍ତ୍ର ଦିବସ ପାଇଁ ଚାଲିଛି ପ୍ରସ୍ତୁତି; ଏଥର କର୍ତ୍ତବ୍ୟ ପଥରେ ମନମୋହିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ର ଦିବସ ପାଇଁ ଚାଲିଛି ଅଭ୍ୟାସ କାର୍ଯ୍ୟ। ଏଥର କର୍ତ୍ତବ୍ୟ ପଥରେ ମନମୋହିବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଏହା ସହ ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା। ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା।

ଦିଲ୍ଲୀରେ ଗଣତନ୍ତ୍ର ଦିବସକୁ ନଜରରେ ରଖି ବିମାନ ଉଡାଣକୁ ନେଇ କଟକଣା ଜାରି କରାଯାଇଛି। ସକାଳ ୧୦ଟା ୨୦ରୁ ୧୨ଟା ୪୫ ଯାଏ ଉଡ଼ିବନି ବିମାନ। ଜାନୁଆରୀ ୨୬ ଯାଏ ଟେକ୍ ଅଫ କିମ୍ବା ବିମାନ ଲ୍ୟାଣ୍ଡିଂ କରିବନି। ବିଟିଂ ରିର୍ଟିଟ୍ ପାଇଁ ଜାନୁଆରୀ ୨୯ରେ ବି ବିମାନ ଉଡ଼ାଣ ପାଇଁ କଟକଣା ଜାରି କରାଯାଇଛି।

ଅନ୍ୟପଟେ, ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ପରେଡରେ ଭାଗ ନେବେ ବିଏସଏଫର ମହିଳା କାଣ୍ଟିଜେଣ୍ଟ। ଏଥିପାଇଁ କର୍ତ୍ତବ୍ୟ ପଥରେ ରିପବ୍ଲିକ ଡେ’ ପରେଡ ଅଭ୍ୟାସ ଚାଲିଛି।

Leave A Reply

Your email address will not be published.