Odisha Link
Bridging the Missing Links in Odisha

ଦିଲ୍ଲୀରେ ଘନକୁହୁଡ଼ିର ଆସ୍ତରଣ; ବିମାନ ଉଡ଼ାଣରେ ବ୍ୟାଘାତ

ଓଏଲ୍‌ ବ୍ୟୁରୋ: ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଦିଲ୍ଲୀରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି।

ଅନ୍ୟପଟେ, ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆଉ ୨ ଦିନ ବର୍ଷା ହେବା ନେଇ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.