Odisha Link
Bridging the Missing Links in Odisha

ଘାଟିରେ ଓଲଟିଲା ଟ୍ରକ: ୨ ମୃତ, ୧୨ରୁ ଅଧିକ ଆହତ

ଓଏଲ୍‌ ବ୍ୟୁରୋ: ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ୍। ଟ୍ରକ୍‌ରେ ଥିବା ୧୨ରୁ ଅଧିକ ଲୋକ ଗୁରୁତର ହୋଇଥିବାବେଳେ ୨ ଜଣଙ୍କ ଜୀବନ ଚାଲିଯାଇଛି। ୨ ଜଣଙ୍କ ମୃତ୍ୟୁ ହେଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଟ୍ରକ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ ଘେରରେ ରହିଛି।

Leave A Reply

Your email address will not be published.