Odisha Link
Bridging the Missing Links in Odisha

ରାଜ୍ୟରେ ଶୀତର ଲେଉଟାଣି; ଘନକୁହୁଡ଼ି ନେଇ ସତର୍କ ସୂଚନା ଜାରି

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ ଶୀତ ବଢ଼ିବାରେ ଲାଗିଛି।

ଆଜି ୧୩ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୨ ସହର। ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି। ଏହା ସହ ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଆଲର୍ଟ କରାଯାଇଛି।

Leave A Reply

Your email address will not be published.