Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୮ ବ୍ୟାଚ୍ ଆଇପିଏସ୍ ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଭାବେ ବଦଳି ହୋଇଛି।

ସେ ଅତିରିକ୍ତ ଭାବେ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ।ରାଜେଶ କୁମାର ଏବେ ଏଡିଜି ମଡ଼ର୍ଣ୍ଣାଇଜେସନ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ରେଳବାଇ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଡିଜି ୧୯୯୮ ବ୍ୟାଚ୍ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାରଙ୍କୁ ପୁଲିସ ଆଧୁନିକୀକରଣ(ମଡର୍ଣ୍ଣାଇଜେସନ)ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି।

୨୦୦୭ ବ୍ୟାଚ୍ ଆଇପିଏସ୍ ଅବିନାଶ କୁମାରଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିଶନର ଭାବେ ବଦଳି ହୋଇଛି।ସେ ଏବେ ଷ୍ଟେଟ ଆମର୍ଡ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୯ ବ୍ୟାଚ୍ ଆଇପିଏସ୍ ବ୍ରିଜେଶ କୁମାରଙ୍କୁ ସିକ୍ୟୁରିଟି ୱିଙ୍ଗରେ ଇଣ୍ଟେଲିଜେନ୍ସ ଡିଆଇଜି ଭାବେ ବଦଳି ହୋଇଛି।

Leave A Reply

Your email address will not be published.