Odisha Link
Bridging the Missing Links in Odisha

ରାମ ଜନ୍ମଭୂମି ଟ୍ରଷ୍ଟ କୋଷାଧ୍ୟକ୍ଷଙ୍କ ବଡ଼ ବୟାନ: ଜ୍ଞାନବାପୀ ଓ କୃଷ୍ଣ ଜନ୍ମଭୂମି ହିନ୍ଦୁଙ୍କୁ ହସ୍ତାନ୍ତର କରାଯାଉ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବାପୀ ଓ କୃଷ୍ଣ ଜନ୍ମଭୂମି ହିନ୍ଦୁଙ୍କୁ ହସ୍ତାନ୍ତର କରିଦେବାକୁ ଅପିଲ୍ କରାଯାଇଛି। ପୁନେରେ ମୁସଲମାନଙ୍କୁ ଗୋବିନ୍ଦ ଦେବଗିରି ମହାରାଜ ଅପିଲ୍ କରିଛନ୍ତି। ରାମ ଜନ୍ମଭୂମି ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ବଡ଼ ବୟାନ ଦେଇଛନ୍ତି। ଅଯୋଧ୍ୟା ମିଳିଯାଇଛି, କାଶୀ ଓ ମଥୁରା ଦେଇଦେବା ଉଚିତ୍।

 ଆକ୍ରମଣକାରୀଙ୍କ ଦ୍ୱାରା ଏସବୁ ମନ୍ଦିର ମଧ୍ୟ ଭଙ୍ଗାଯାଇଥିଲା। ଆମ ଉପରେ ଏହା ଏକ ଦାଗ, ଏନେଇ ଲୋକେ ଦୁଃଖୀ ଅଛନ୍ତି। କାଶୀ ଓ ମଥୁରା ମିଳିଗଲେ ଆମେ ସବୁ ପୂର୍ବ କଥା ଭୁଲିଯିବୁ। ଅନ୍ୟ ମନ୍ଦିର ମୁକ୍ତ କରିବା ପାଇଁ ଆମେ ଉଦ୍ୟମ କରିବୁନାହିଁ। କାରଣ ଆମେ ଭବିଷ୍ୟତରେ ରହିବାକୁ ଚାହୁଁଛୁ, ଅତୀତରେ ନୁହେଁ ବୋଲି ରାମ ଜନ୍ମଭୂମି ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି କହିଛନ୍ତି।

ଖବର ଅନୁସାରେ, ଜ୍ଞାନବ୍ୟାପୀ ମାମଲାରେ ବାରଣାସୀ ଜିଲ୍ଲା କୋର୍ଟ ବଡ଼ ରାୟ ଶୁଣାଇଥିଲେ। ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି। କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ସେଠାରେ ପୂଜା ଆରମ୍ଭ ହୋଇଛି।

Leave A Reply

Your email address will not be published.