Odisha Link
Bridging the Missing Links in Odisha

ବିଧାନସଭା: ଶୂନ୍ୟକାଳରେ ଉଠିଲା ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଫ୍ରି ଏଣ୍ଟ୍ରି ଦାବି

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଆଜି ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାନସଭା ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଫ୍ରି ଏଣ୍ଟ୍ରି ମିଳୁ ନରସିଂହ ନିଶର କହିଛନ୍ତି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ୍‌ ଦିଆଯାଉ ବୋଲି ଦାବି କରାଯାଇଛି।

ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ। ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍। ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟକୁ ନେଇ ଶାସକ ଦଳ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି। ତେବେ ଆଜି ସନ୍ଧ୍ୟା ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ୍ ଆଗତ କରିବେ। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।

Leave A Reply

Your email address will not be published.