Odisha Link
Bridging the Missing Links in Odisha

ବଢ଼ିବ କି ଭତ୍ତା! ପ୍ରଶ୍ନକାଳରେ ମନ୍ତ୍ରୀ ରଖିଲେ ଉତ୍ତର

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଛି। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି କରିବା ପ୍ରସଙ୍ଗ ଉଠିଛି। ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଉଚିତ ସମୟରେ ଉଚିତ ପଦକ୍ଷେପ ନିଆଯିବ।

ଏହା ସହ ଆଜି କାମଚଳା ବଜେଟକୁ ଲେଖାନୁଦାନ ମିଳିବ। ଗତକାଲି ଆଗତ ହୋଇଥିଲା କାମଚଳା ବଜେଟ। ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ। ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯିବ। ତେବେ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାବେଳେ ଗୃହ ବେଶ୍ ସରଗରମ ରହିଛି।

Leave A Reply

Your email address will not be published.