Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ: ଆଜି ୭୧୬ଜଣ ଏଏସ୍ଓଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀ ପଦବୀ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଜି ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ସୂଚନା ଅନୁସାରେ, ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ଅନିୟମିତତାକୁ ଅନେକ ଚର୍ଚ୍ଚା ହେଉଥିବାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ପ୍ରଦାନ କରିବେ।

Leave A Reply

Your email address will not be published.