Odisha Link
Bridging the Missing Links in Odisha

୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ସେ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ କାର୍ଯ୍ୟକାରି କରିବା ପାଇଁ ବିଜ୍ଞପ୍ତି ଜାରି କରାଯିବ । ୨୦୧୯ ପୂର୍ବରୁ ଏହି ଆଇନ ପ୍ରସ୍ତୁତ ହୋଇରହିଛି ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ଏହା ଦେଶରେ ଲାଗୁ କରାଯିବ।

ଏଥିସହିତ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସିଏଏ କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ, ବରଂ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ହୋଇ ଭାରତରେ ଶରଣ ନେଇଛନ୍ତି ସେହି ଲୋକମାନଙ୍କୁ ନାଗରିକତା ଦେବ।

ସେହପିରି ଆଗାମି ନିର୍ବାଚନରେ ବିଜେପି ଏକାକୀ ୩୭୦ଆସନରେ ଜିତିବ ବୋଲି ଦୃଢୋକ୍ତି ବାଢିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହାସହ ଏନଡିଏକୁ ମୋଟ ୪୦୦ରୁ ଅଧିକ ସିଟ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଦେଶର ସରକାର ଗଠନ ହେବ ବୋଲି ଶାହା କହିଛନ୍ତି।

Leave A Reply

Your email address will not be published.