Odisha Link
Bridging the Missing Links in Odisha

କଂଗ୍ରେସର ନିର୍ବାଚନୀ କସରତ: ପ୍ରଚାର ପାଇଁ ଓଡ଼ିଶା ଆସିବେ ଷ୍ଟାର ପ୍ରଚାରକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ମଧ୍ୟରେ କଂଗ୍ରେସ ବି ଏହି ରେସରେ ନିଜ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି।

ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ ଓଡ଼ିଶା ଆସିବେ କଂଗ୍ରେସର ଷ୍ଟାର ପ୍ରଚାରକ। ପ୍ରିୟଙ୍କା, ପାଇଲଟ, ରାହୁଲ, ଖଡଗେ, ରେବନ୍ତ୍ ରେଡ୍ଡୀ ଓ ଡିକେ ଶିବ କୁମାର ମଧ୍ୟ ଓଡ଼ିଶା ଆସିବେ। ଜୋନ ସ୍ତରରେ କଂଗ୍ରେସ ବଡ଼ ବଡ଼ ସଭା କରିବ। ସବୁ ବ୍ଲକ ଓ ଜିଲ୍ଲାରେ ହୋଡିଂ ଲଗାଯିବ ବୋଲି ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.