Odisha Link
Bridging the Missing Links in Odisha

୧ କୋଟି ପରିବାରକୁ ମିଳିବ ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଆବେଦନ

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଆସନ୍ତା ୫ ବର୍ଷରେ ୩କୋଟି ହିତାଧିକାରୀଙ୍କୁ ଘର ପାଇଁ ଅନୁଦାନ ଦିଆଯିବ। ଏକ କୋଟି ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ତେବେ ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି। ଏକ କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ ଆବେଦନ କରିବାକୁ ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଅବଗତ କରାଇଛନ୍ତି। pmsuryaghar.gov.in ୱେବସାଇଟରେ ଆବେଦନ କରିପାରିବେ।

Leave A Reply

Your email address will not be published.