Odisha Link
Bridging the Missing Links in Odisha

ଖୁସି ଖବର: ହ୍ରାସ ପାଇଲା ବିଜୁଳି ଦର, କେତେ କମିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କମିଲା ବିଜୁଳି ଦର। ଆଜି ବିଜୁଳି ଦର ହ୍ରାସ କଲେ ଓଇଆରସି। ଘରୋଇ ଉପଭୋକାକ୍ତ ପାଇଁ ବିଜୁଳି ଦର ହ୍ରାସ ପାଇଛି। ପ୍ରତ୍ୟକ ସ୍ଲାବରେ ହ୍ରାସ ପାଇଛି ୧୦ ପଇସା। ସେହିପରି ଅନ୍ୟ କ୍ୟାଟାଗୋରୀ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି।

ସେହିପରି ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର।କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍‌ ନେବେ, ସେମାନଙ୍କ ପାଇଁ ୧୦ ଟଙ୍କା ରିହାତି ଘୋଷଣା କରାଯାଇଛି । ସେହିପରି ଇଭି ଚାର୍ଜିଂ ପାଇଁ ୟୁନିଟ୍‌ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରି-ପେଡ୍‌ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ ବୋଲି ଘୋଷଣା କରାଯାଇଛି।।

ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ। ଅନ୍ୟପଟେ ଧାର୍ଯ୍ୟ ସମୟରେ ବିଲ୍‌ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ବୋଲି ଘୋଷଣା କରିଛନ୍ତି ଓଇଆର୍‌ସି।

Leave A Reply

Your email address will not be published.