Odisha Link
Bridging the Missing Links in Odisha

ଆଜି ପବିତ୍ର ବସନ୍ତ ପଞ୍ଚମୀ; ଧରାପୃଷ୍ଠରେ ବିଦ୍ୟାଦାତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା। ସାରା ଦେଶରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ବଡ଼ ଧୁମଧାମରେ ପାଳନ ହେଉଛି।ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ।ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ ସରସ୍ୱତୀ ପୂଜା। ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ।ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା’ ସରସ୍ୱତୀ। ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି।

ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା’ ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ।ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ। ସରସ୍ୱତୀଙ୍କୁ ବିଦ୍ୟା, ବୁଦ୍ଧି ଏବଂ ସଙ୍ଗୀତର ଦେବୀ କୁହାଯାଏ । ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରେ ସମସ୍ତ ସନ୍ଦେହ ଦୂର ହୁଏ ଏବଂ ଦେବୀ ସରସ୍ୱତୀଙ୍କୁ ପୂଜା କରି ଜଣେ ବିବେକ, ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତ ହୁଏ। ସେଥିପାଇଁ ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ ।

ମା’ ସରସ୍ୱତୀଙ୍କୁ ସୌମ୍ୟା ମଧ୍ୟ କୁହାଯାଏ। ଏହି ନାମର ଅର୍ଥ ହେଉଛି ମଧୁର। ଦେବୀ ସରସ୍ୱତୀଙ୍କ ନାମ ଭାଚି ମଧ୍ୟ ରଖାଯାଇଛି କାରଣ ତାଙ୍କ ବାଣୀ ଅତ୍ୟନ୍ତ ସୁମଧୁର। ଏହାଛଡା ଦେବୀ ଭଗବତୀ, ଶାରଦା, ବାକ୍‌ଦେବୀ, ହଂସବାହିନୀ ମଧ୍ୟ କୁହାଯାଏ।

Leave A Reply

Your email address will not be published.