Odisha Link
Bridging the Missing Links in Odisha

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା; ପରୀକ୍ଷା ଦେବେ ୩୯ ଲକ୍ଷ ଛାତ୍ରଛାତ୍ରୀ

ଓଏଲ୍ ବ୍ୟୁରୋ: ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା। ସକାଳ ସାଢ଼େ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା। ଦେଶରେ ୩୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିଭଳି ରାଜ୍ୟରେ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ୍ ୫ ଯାଏଁ ହେବ। ସିବିଏସ୍‌ଇ ଦଶମ ପରୀକ୍ଷା ପାଇଁ ୭୬ ବିଷୟ ଏବଂ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୧୫ ବିଷୟ ପରିଚାଳନା କରିବ।

ସିବିଏସ୍‌ଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୩୮,୮୩,୭୧୦ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବେ। ଦେଶରେ ୭୨୫୦ କେନ୍ଦ୍ର ଏବଂ ୨୬ ଟି ବିଦେଶ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୩୬ ଦିନ ଲାଗିବ। ବୋର୍ଡ ପରୀକ୍ଷା ସକାଳ ୧୦:୩୦ରୁ ଦିନ ୧:୩୦ ପର୍ଯ୍ୟନ୍ତ କରାଯିବ।

Leave A Reply

Your email address will not be published.