Odisha Link
Bridging the Missing Links in Odisha

୩ଦିନିଆ ଓଡ଼ିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନ; ନିର୍ବାଚନୀ ପ୍ରସ୍ତୁତିର କରିବେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ବାଜିଲାଣି ସାଧାରଣ ନିର୍ବାଚନ ବିଗୁଲ। ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ନେଇ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଥିଲା। ଗତକାଲିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ସମେତ ୮ଜଣିଆ ଦଳ। ନିର୍ବାଚନୀ ସମୀକ୍ଷା କରିବା ସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୀକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଜାରି ହୋଇଛି।