Odisha Link
Bridging the Missing Links in Odisha

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ପୁଷ୍କର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କୁ ମିଳିବ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆଜମେର୍-ପୁଷ୍କର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ବରିଷ୍ଠ ଲୋକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି।

ସୂଚନା ଅନୁସାରେ, ଗତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ନଭେମ୍ବର ୧ ତାରିଖରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ ଆବେଦନ କରାଯାଇଥିଲା। ଗତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟସରକାରଙ୍କ ଏଭଳି ଯୋଜନାକୁ ବରିଷ୍ଠ ମାନେ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।