Odisha Link
Bridging the Missing Links in Odisha

ମାର୍ଚ୍ଚ ୨୨ରୁ ଆଇପିଏଲ୍‌! ଭାରତରେ ହିଁ ଖେଳାଯିବ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହୋଇ ସାରିଲାଣି ଚର୍ଚ୍ଚା। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏବେ ସବୁଠି ରାଜନୀତି କଥା। ଏସବୁ ମଧ୍ୟରେ ଗାଁରୁ ଆରମ୍ଭ କରି ସାରା ବିଶ୍ବରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪କୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। କେବେଠୁ ଆରମ୍ଭ ହେବ ଆଇପିଏଲ୍‌, କେଉଁଠି ଖେଳାଯିବ ଏଥର ଆଇପିଏଲ୍‌ । ଏଭଳି ଚର୍ଚ୍ଚ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ଅଧ୍ୟକ୍ଷ ଅରୁଣ ଧୁମାଲ କରିଛନ୍ତି ବଡ଼ ଘୋଷଣା।

ଅରୁଣ ଧୁମାଲ କହିଛନ୍ତି, ବହୁପ୍ରତିକ୍ଷୀତ ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ କରିବାକୁ ଯୋଜନା କରିଛୁ। ଆମେ ପ୍ରଥମେ ୧୫ ଦିନ ପାଇଁ ମ୍ୟାଚସୂଚୀ ଜାରି କରାଯିବ। ବାକି ମ୍ୟାଚ୍‌ସୂଚୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜାରି ହେବ। ଆମେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ। ଆମେ ଖୁବଶିଘ୍ର ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକର ସୂଚୀ ଜାରି କରିବୁ।

ସେ ଆହୁରି କହିଛନ୍ତି, ଚଳିତବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସଭା ନିର୍ବାଚନ ପାଇଁ ସମ୍ଭବତଃ ଆସନ୍ତାମାସ ଆରମ୍ଭରେ ତାରିଖ ଘୋଷଣା ହୋଇପାରେ। ଏହାପରେ ବାକି ମ୍ୟାଚ୍‌ଗୁଡ଼ିକର ତାରିଖ ଘୋଷଣା କରାଯିବ।

ତେବେ ଏଥର ଆଇପିଏଲ ନିର୍ବାଚନ ବର୍ଷରେ ଭାରତରେ ଆୟୋଜନ କରାଯିବ। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.