Odisha Link
Bridging the Missing Links in Odisha

କୋର୍ଟରେ ଗଣା ହେଲା ବାଲଟ ପେପର, ଜଜ୍‌ ଘୋଷଣା କଲେ ଫଳାଫଳ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଲେ ସୁପ୍ରିମ ରାୟ। ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ଘଟିଛି ଐତିହାସିକ ଘଟଣା। ପ୍ରଥମଥର ପାଇଁ କୋର୍ଟ ରୁମରେ ପ୍ରକାଶ ପାଇଛି ଫଳାଫଳ। ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦ ଆଜି କୋର୍ଟ ରୁମରେ ସମାଧାନ ହୋଇଛି। କୋର୍ଟରେ ପ୍ରଥମ ଥର ବାଲଟ ପେପର ଗଣତି ହୋଇଛି। ଗଣତି ପରେ ସର୍ବୋଚ୍ଚ ଅଦାଲତର ବିଚାରପତି ଆପ୍‌ର ମେୟର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ପ୍ରଥମେ ବାଲଟ ପେପରଗୁଡ଼ିକୁ ଯାଞ୍ଚ କରିଥିଲେ। ଏହାପରେ ଏହାକୁ ବିକୃତ କରି ଜାଣିଶୁଣି ନାକଚ କରି ଦେଇଥିବା ରିଟର୍ଣ୍ଣିଂ ଅଫିସର ଅନୀଲ ମସିହଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ମେୟର ନିର୍ବାଚନର ଫଳାଫଳ ନିଜେ ଘୋଷଣା କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ।

ରେକର୍ଡ ହୋଇଥିବା ସିସିଟିଭି ଭିଡ଼ିଓରେ ବାଲାଟ ପେପରରେ ରିଟର୍ଣ୍ଣିଂ ଅଫିସର ଗାର ମାରୁଥିବାର ଦେଖିବାକୁ ମିଳିଥିଲା। ଏପରିକି ରିଟର୍ଣ୍ଣିଂ ଅଫିସର ଏକଥା କୋର୍ଟରେ ମଧ୍ୟ ମାନିଥିଲେ। ମାମଲାର ଶୁଣାଣି କରି ମୁଖ୍ୟ ବିଚାପତି କହିଥିଲେ, ଅବୈଧ ହୋଇଥିବା ୮ଟି ଭୋଟ କୁଳଦୀପଙ୍କ ସପକ୍ଷରେ ରହିଥିଲା।କିନ୍ତୁ ରିଟର୍ଣ୍ଣିଂ ଅଫିସର ଏହାକୁ ଖାରଜ କରିଥିଲେ। ରିଟର୍ଣ୍ଣିଂ ଅଫିସର ବାଲାଟ ପେପରରେ ଗାର ମାରି ଯେଉଁ ଭୁଲ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷେ, ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିବା ପରେ କୁଳଦୀପ କୁମାର କହିଛନ୍ତି, ମୁଁ କୋର୍ଟକୁ ଧନ୍ୟବାଦ ଦେବାକୁ ଚାହୁଁଛି।ସତ୍ୟକୁ କିଛି ସମୟ ପାଇଁ ହଇରାଣ କରାଯାଇପାରିବ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇପାରିବ ନାହିଁ। ସତ୍ୟର ବିଜୟ ହୋଇଛି।ଚଣ୍ଡିଗଡରେ ଯେଉଁ ବିକାଶମୂଳକ କାମ ଅଟକିଛି ତାହା ପ୍ରଥମେ କରାଯିବ।ସୁପ୍ରିମକୋର୍ଟ ଲୋକତନ୍ତ୍ରର ହତ୍ୟା ହେବାକୁ ଦେଇନାହାନ୍ତି।

Leave A Reply

Your email address will not be published.