Odisha Link
Bridging the Missing Links in Odisha

ମାସ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା ଏଲ୍‌ପିଜି ଗ୍ୟାସ ଦର

ଓଏଲ୍‌ ବ୍ୟୁରୋ: ମାସ ଆରମ୍ଭରୁ ମହଙ୍ଗା ମାଡ଼ ହୋଇଛି। ତୈଳ ବଜାରରେ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ସିଲିଣ୍ଡର ପିଛା ୨୫ ଟଙ୍କା ଦର ବଢ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଲପିଜି ଗ୍ୟାସ ଦର ବଢ଼ିଛି। ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଆଜି ଦେଶରେ ଦାମ ବଢିଛି। ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବଢ଼ିଲା। ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୧୯୭୫ ଟଙ୍କାକୁ ବୃଦ୍ଧି ପାଇଛି।

ପୂର୍ବ ମାସରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ୧୭୫୫.୫୦ ଟଙ୍କା ଥିଲା। ଏହା ପୂର୍ବରୁ ଏହା ୧୭୫୭.୦୦ ଟଙ୍କା ଥିଲା। ପରେ ମାତ୍ର ୧.୫୦ ଟଙ୍କା ଶସ୍ତା ହୋଇଥିଲା। ସେହିଭଳି କୋଲକାତାରେ ଏହି ସିଲିଣ୍ଡରର ମୂଲ୍ୟ ୧୮୬୯.୦୦ ଟଙ୍କା ହୋଇଥିଲା।

Leave A Reply

Your email address will not be published.