Odisha Link
Bridging the Missing Links in Odisha

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା: ଭୁବନେଶ୍ୱର ସହ ୫ଟି ସ୍ଥାନରେ ଇଡିର ରେଡ୍‌

ଓଏଲ୍‌ ବ୍ୟୁରୋ: ଅର୍ଥତତ୍ତ୍ୱ ଚିଟ୍‌ ଫଣ୍ଡ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ରେଡ୍‌। ଭୁବନେଶ୍ୱରରେ ଏକ ଖବରକାଗଜ ଅଫିସ ସହ ୩ଟି ଜାଗାରେ ରେଡ୍‌ ଜାରି ରହିଛି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଭୁବନେଶ୍ୱର ସହ ୫ଟି ସ୍ଥାନରେ ପ୍ରବର୍ତନ ନିର୍ଦ୍ଦେଶାଳୟ ରେଡ୍‌ କରିଛି।

ଅନ୍ୟପଟେ, ଗତକାଲି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଇଡି ୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତି‌ଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାର ସୂଚନା ମିଳିଥିଲେ ବି ଏହାକୁ ଖଣ୍ଡନ କରିଛନ୍ତି ପ୍ରୟାସକାନ୍ତି ସାମଲ। ସେ କହିଛନ୍ତି, ମୋତେ କିଛି ପଚରାଯାଇନି।

ସୂଚନା ଅନୁସାରେ, ଗତ ୧୫ତାରିଖରେ ପ୍ରଫୁଲ୍ଲଙ୍କ ଘରେ ଚଢଉ କରିଥିଲା ଇଡି। ପ୍ରୟାସକାନ୍ତଙ୍କୁ ଘରୁ ୧୦ଲକ୍ଷ ଟଙ୍କା ଜବତ କରିଥିଲା ଇଡି। ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

Leave A Reply

Your email address will not be published.