Odisha Link
Bridging the Missing Links in Odisha

ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ; ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ। ସକାଳୁ ବରୁଣେଇ ପୀଠର ଉନ୍ନତିକରଣ ନେଇ ୫-ଟି ଅଧ୍ୟକ୍ଷ ସମୀକ୍ଷା କରିଛନ୍ତି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ। ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଥିଲେ। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ।

ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଫାଇଭ-ଟି ଅଧ୍ୟକ୍ଷଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ। ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ।