Odisha Link
Bridging the Missing Links in Odisha

ଚାଲିଥିଲା ସମ୍ବାଦିକ ସମ୍ମିଳନୀ, ଆଉ ଇଭିଏମ୍ ଉପରେ କବିତା ପାଠ କଲେ ସିଇସି

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା। ଗଣତନ୍ତ୍ରର ମହାନପର୍ବ ପାଇଁ ଘୋଷଣା ହେଲା ତାରିଖ। ୨୦୨୪ ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ସାରା ଦେଶରେ ଚଳିତଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ। ହେବ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ ଦେଶରେ ଗଣତନ୍ତ୍ରର ପର୍ବ ଚାଲିବ। ଆଉ ଜୁନ୍‌ ୪ ତାରିଖରେ ଗଣତି ହେବା ସହିତ ଫଳାଫଳ ଘୋଷଣା ହେବ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି।

ତେବେ ନିର୍ବାଚନ ତାରିଖ ଘୋଷଣା ବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୂଆ ରୂପ ଦେଖିବାକୁ ମିଳିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାମ୍ବାଦିକ ସମ୍ମିଳନୀରେ କବିତା ପାଠ କରିଥିଲେ ସିଇସି। ନିର୍ବାଚନ ମାନେ ଇଭିଏମ୍‌କୁ ନେଇ ବହୁତ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଆଉ ସିଇସି କବିତା ମାଧ୍ୟମରେ ଇଭିଏମ୍‌ ବିଷୟରେ କହିଛନ୍ତି।

ବିଭିନ୍ନ ସମୟରେ ଇଭିଏମ୍‌କୁ ନେଇ ଅଭିଯୋଗ ଆଣିଥାନି ବିଭିନ୍ନ ଦଳର ନେତା। ଏପରିକି ହ୍ୟାକ୍‌ ପ୍ରସଙ୍ଗ ମଧ୍ୟ ଆସେ। ସେମାନଙ୍କୁ କଟାକ୍ଷ କରି କବିତା ପଢ଼ିଛନ୍ତିନିର୍ବାଚନ କମିଶନ। ସେ କହିଛନ୍ତି, ‘ ଅଧୁରି ହସରତୋଁ କା ଇଲଜାମ ହର ବାର ହମ ପର ଲଗାନା ଠିକ୍‌ ନହିଁ, ବଫା ଖୁଦ୍‌ ସେ ନହିଁ ହୋତି ଖତା ଇମିଏମ୍‌ କି କହତେ ହୋ…।’ ଏହି କବିତାପଢ଼ିବା ସହ ସେ ନିଜେ ଏହାକୁ ଲେଖିଥିବା କହିଛନ୍ତି।

ସୂଚନାଥାଉକି, ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ପଡିବ। ସେହିପରି ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ମେ’ ୭ରେ ତୃତୀୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ ତାରିଖ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ହେବ। ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।

Leave A Reply

Your email address will not be published.