Odisha Link
Bridging the Missing Links in Odisha

ଭାରତରେ ନୁହେଁ ଏହି ଦେଶରେ ଖେଳାଯିବ IPLର ୨ୟ ପର୍ଯ୍ୟାୟ: ରିପୋର୍ଟ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ପ୍ରଥମ ପର୍ଯ୍ୟାୟ। ତାହା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ନିର୍ବାଚନକୁ ଆଖି ଆଗରେ ରଖି ବିସିସିଆଇ ପ୍ରଥମେ ୨୧ଟି ମ୍ୟାଚ୍‌ର ସୂଚୀ ପ୍ରକାଶ କରିଥିଲା। ଏବେ ଏପ୍ରିଲ ୧୯ ତାରିଖରୁ ଜୁନ୍‌ ୪ ପର୍ଯ୍ୟନ୍ତ ଭାରତରେ ଗଣତନ୍ତ୍ରର ମହାନପର୍ବ ଅନୁ‌ଷ୍ଠିତ ହେବ। ଯାହାକୁ ନଜରରେ ରଖି ଆଇପିଏଲ୍‌ର ୨ୟ ପର୍ଯ୍ୟାୟ ବିଦେଶରେ ଖେଳା ଯାଇପାରେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିର୍ବାଚନ ତାରିଖ ନିର୍ବାଚନ କମିଶନର ଘୋଷଣା କରି ସାରିଥିବା ବେଳେ ଆଇପିଏଲ୍‌ର ୨ୟ ପର୍ଯ୍ୟାୟ ସୂଚୀ ଖୁବଶୀଘ୍ର ବିସିସିଆଇ ଘୋଷଣା କରିପାରେ।

ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, ଭାରତର ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି। ଏବେ ବିସିସିଆଇ ନିଷ୍ପତ୍ତି ନେବ ଯେ ଭାରତରେ ନା ବାହାରେ ଦ୍ବିତୀୟ ପର୍ଯ୍ୟାୟ ଖେଳାଯିବ। ନିକଟରେ ବସିସିଆଇର କିଛି ଶୀର୍ଷ ଅଧିକାରୀ ଆଇପିଏଲର ୨ୟ ପର୍ଯ୍ୟାୟ ଆୟୋଜନ କରିବା ପାଇଁ ଦୁବାଇ ଗସ୍ତ କରି ଭିତ୍ତିଭୂମି ଦେଖି ଆସିଛନ୍ତି। ତେବେ ଭାରତରେ ନା ବିଦେଶରେ ୨ୟ ପର୍ଯ୍ୟାୟ ଆଇପିଏଲ ଖେଳାଯିବ ତାହା ବିସିସିଆଇର ଘୋଷଣା ଉପରେ ନିର୍ଭର କରେ।

ରିପୋର୍ଟ ମୁତାବକ, କିଛି ଫ୍ରାଞ୍ଚାଇଜ ତାଙ୍କ ଟିମ୍‌ ଖେଳାଳିଙ୍କ ପାସପୋର୍ଟ ଆଣିସାରିଛି। ଯାହା ୨ୟ ପର୍ଯ୍ୟାୟ ବାହାରେ ଖେଳା ଯିବାର ଆଶଙ୍କା ସୃଷ୍ଟି କରିଛି। ସୂଚନାଥାଉକି, ୨୦୧୪ ମସିହାରେ ଭାରତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଆଇପିଏଲ ଦୁବାଇରେ ଖେଳା ଯାଇଥିଲା। ଏଥର ବି ଦୁବାଇରେ ଖେଳାଯିବା ନେଇ ସମ୍ଭାବନା ରହିଛି।

Leave A Reply

Your email address will not be published.