Odisha Link
Bridging the Missing Links in Odisha

ବଢ଼ିଲା ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା। ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ। ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ କରିଥିଲେ। ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ପଚାରିଥିଲେ। ନବୀନ ନିବାସ ଘେରାଉ ପାଇଁ ସମିତି ସଭ୍ୟ ରାଲି କରିଥିଲେ।

ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ମେୟରଙ୍କ ଦରମା ୫୦ ହଜାରକୁ ବୃଦ୍ଧି ପାଇଛି। ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.