Odisha Link
Bridging the Missing Links in Odisha

ବଡ଼ ଖବର: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ 

ଓଏଲ୍‌ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ନିର୍ବାଚନୀ ବିଗୁଲ ବାଜିଛି। ଅରୁଣାଂଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ଓ ଓଡ଼ିଶାରେ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଉଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ସେହିଭଳି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି ନିର୍ବାଚନ ତାରିଖ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର। ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌।

ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଦେଢ଼ କୋଟି ପୋଲିଂ ଅଫିସର। ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର। ୨୦ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୧୯.୭୪ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର। ୪୭.୧ କୋଟି ମହିଳା ଭୋଟର। ପୁରୁଷ ଭୋଟର ୪୯.୭ କୋଟି। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର। ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ।

ସୂଚନା ଅନୁସାରେ, ଗତ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ୨୦୧୯ ମାର୍ଚ୍ଚ ୧୦ତାରିଖରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ, ଯେଉଁଥିରେ ଏପ୍ରିଲ ୧୧ରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ମେ ୨୩ତାରିଖରେ ଭୋଟ୍ ଗଣତି ହୋଇଥିଲା। ଏଥର ମଧ୍ୟ ୭/୮ଟି ପର୍ଯ୍ୟାୟରେ ନିର୍ବାଚନ ହେବା ଅନୁମାନ କରାଯାଉଛି। କିଛିଦିନ ତଳେ ନିର୍ବାଚନ କମିସନ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ୍ରେ ଭୋଟ୍ ଦେବା ପାଇଁ ନିର୍ବାଚନ ନିୟମରେ ପରିବର୍ତ୍ତନ କରିଥିଲେ।

ଏଣିକି କେବଳ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ପୋଷ୍ଟାଲ ବାଲଟରେ ଭୋଟ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ୮୦ ବର୍ଷରୁ ଅଧିକ ବୟସର ଲୋକମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ଥିଲେ । ଆଇନ ମନ୍ତ୍ରଣାଳୟ ଏକ ଗେଜେଟ୍ ବିଜ୍ଞପ୍ତିରେ କହିଛି ଯେ ୮୫ ବର୍ଷ ବୟସ ଅତିକ୍ରମ କରିଥିବା ଭୋଟରମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ୨ କୋଟି ନୂଆ ଭୋଟର ଭୋଟ୍ ଦେଇପାରିବେ।

ଫେବ୍ରୁଆରି ୮ ତାରିଖରେ ନିର୍ବାଚନ କମିସନ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କୁ ନେଇ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ରିପୋର୍ଟ ଜାରି କରିଥିଲେ। ୧୮ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟରଙ୍କୁ ଭୋଟିଂ ତାଲିକାରେ ସାମିଲ କରାଯାଇଛି ବୋଲି କମିସନ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ୬% ବୃଦ୍ଧି ଘଟିଛି। ନିର୍ବାଚନ କମିସନ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ୯୬.୮୮ କୋଟି ଭୋଟର ପଞ୍ଜୀକୃତ ହୋଇଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।

Leave A Reply

Your email address will not be published.