Odisha Link
Bridging the Missing Links in Odisha

‘ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସ୍ଥାନ ଦେବାକୁ କରାଯାଉଛି ଉଦ୍ୟମ’

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଅରୁଣାଂଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ଓ ଓଡ଼ିଶାରେ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଉଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ତେବେ ଏହାରି ମଧ୍ୟରେ ଓଡିଶା ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜନଜାତି ସମ୍ପ୍ରଦାୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ୨୨ ଦଶମିକ ୮ ପ୍ରତିଶତ ବା ୧ କୋଟି ରହିଛି।

ଏମାନଙ୍କ ସଂସ୍କୃତି, ଜ୍ଞାନ, ବନ୍ୟା ଉତ୍ପାଦନ, ଔଷଧ, ଜୀବନ ଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି। ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି। ଏମାନେ ୭୪ଟି ଉପଭାଷା ବ୍ୟବହାର କରନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ବିଜୁ ଜନତା ଦଳ ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା ଦେବା ସହ ସେମାନଙ୍କ ଶିକ୍ଷା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।

ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଆଦିବାସୀ ଅଞ୍ଚଳରେ ୨ ହଜାର ୫ଶହ ସ୍କୁଲ ୫-ଟି ଉପକ୍ରମରେ ରୂପାନ୍ତର ହୋଇଛି। ୩ ହଜାର ୩ ଶହଟିର ରୂପାନ୍ତର ଚାଲିଛି। ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି। ୧ ହଜାର ୭୩୪ ସୁବିଦ୍ୟା ସ୍କୁଲ, ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି। ମୋଟ ଅଛନ୍ତି ୧୫ ଲକ୍ଷ ଛାତ୍ରଛାତ୍ରୀ। ସେମାନଙ୍କୁ ବୃତ୍ତି ଦିଆଯାଉଛି। ହଷ୍ଟେଲ ନିର୍ମାଣ କରାଯାଇଛି। ଅନ୍ଵେଷା ଜରିଆରେ ୧୭ ଜିଲ୍ଲାର ୨୧ ହଜାର ୬୮୨ ପିଲା ବାହାରେ ପାଠ ପଢୁଛନ୍ତି। ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି। ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି। ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ୟମ ହେଉଛି ବୋଲି ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.