Odisha Link
Bridging the Missing Links in Odisha

ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା; ସବୁ ଜିଲ୍ଲାର ଏସ୍‌ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ସାମିଲ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଅରୁଣାଂଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ଓ ଓଡ଼ିଶାରେ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଉଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ନିର୍ବାଚନୀ କସରତ ମଧ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି ଉପସ୍ଥିତ ରହିଥିବାବେଳେ ଭିସିରେ ସାମିଲ ହୋଇଛନ୍ତି ସବୁ ଜିଲ୍ଲାର ଏସ୍‌ପି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ ମିଟିଂ କରାଯାଉଛି।

Leave A Reply

Your email address will not be published.