Odisha Link
Bridging the Missing Links in Odisha

ସରିଲା ମାଆ ମଝିଘରିଆଣୀଙ୍କ ମନ୍ଦିରର ଟଙ୍କା ଗଣତି; ହୁଣ୍ଡିରୁ ମିଳିଲା ୮୯ ଲକ୍ଷରୁ ଅଧିକ ଟଙ୍କା

ଓଏଲ୍‌ ବ୍ୟୁରୋ: ସରିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ହୁଣ୍ଡିର ଗଣତି। ମନ୍ଦିର ପରିସରରେ ଥିବା ୯ଟି ଦାନ ବାକ୍ସରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ମିଳିଛି। ସେହିପରି ୬୨ ଗ୍ରାମ ସୁନା, ରୂପା ୨ କେଜି ୩୦୦ ଗ୍ରାମ ଓ ୬୬ଟି ବିଦେଶୀ ମୁଦ୍ରା ହୁଣ୍ଡିରୁ ମିଳିଛି। ଏହାଛଡା ଅଚଳ ୨ହଜାର ଟଙ୍କା ୩ଟା ଓ ୫ଶହ ଟଙ୍କା ୬ଟି ହସ୍ତଗତ ହୋଇଛି । ଦାନବାକ୍ସରୁ ମିଳିଥିବା ଅର୍ଥ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି। ସେହିପରି ସୁନା ଓ ରୁପାକୁ ମନ୍ଦିର ଅଫିସରେ ରଖାଯାଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ମନ୍ଦିର ପରଚାଳନା କମିଟିର କର୍ମକର୍ତାଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଥିଲା।

Leave A Reply

Your email address will not be published.