Odisha Link
Bridging the Missing Links in Odisha

କାଳବୈଶାଖୀ ପ୍ରଭାବ: ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ

ଓଏଲ୍‌ ବ୍ୟୁରୋ: ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍‌ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ଏହା ପରେ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବିଜୁଳି, ଘଡ଼ଘଡି ସହ ବର୍ଷା। ୨୪ ଘଣ୍ଟାରେ ଢେଙ୍କାନାଳ ଗନ୍ଦିଆରେ ସର୍ବାଧିକ ୭୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନ ୭୨, ଆଠମଲ୍ଲିକରେ ୬୮, କନ୍ଧମାଳରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି।

ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, ପୁରୀ, ବୌଦ୍ଧ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଯାଜପୁର, ବରଗଡ଼, ମୟୂରଭଂଜ, କେନ୍ଦୁଝରକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।