Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ଭର୍ତ୍ତୃହରି ମହାତାବଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଓଏଲ୍‌ ବ୍ୟୁରୋ: ସାରେ ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ହେଲେ ବିଜୁ ଜନତା ଦଳର ସାଂସଦ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୁଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍‌ ହୋଇଛି।

ମିଳିଥିବା ସୂଚନା ମୁତାବକ, କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଚାର୍ଜଫ୍ରେମ୍। କଟକ ସ୍ବତନ୍ତ୍ର ଏମ୍‌ପି/ ଏମ୍‌ଏଲ୍‌ଏ କୋର୍ଟରେ ହୋଇଛି ଚାର୍ଜଫ୍ରେମ୍। ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ରେ ହୋଇଛି ଚାର୍ଜଫ୍ରେମ୍। ୧୩ ବର୍ଷ ତଳର ମାମଲାରେ ଚାର୍ଜଫ୍ରେମ୍‌ ହୋଇଛି।

ସୂଚନାଥାଉକି, ୨୦୧୧ ମସିହା ଜାନୁଆରୀ ୨୩ରେ ସାଂସଦଙ୍କ ନାମରେ ମାଡ଼ ଅଭଯୋଗ ହୋଇଥିଲା। ତତ୍କାଳୀନ ଏସ୍‌ଆଇ ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ସାଂସଦଙ୍କ ନାମରେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଭର୍ତ୍ତୃହରି ମହତାବ ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଥାନାରେ ଏତଲା କରିଥିଲେ ଅମିତାଭ। ଦରଘାବଜାର ଥାନାରେ ଏତଲା ପରେ ପୁଲିସ ତଦନ୍ତ କରିଥିଲା।

Leave A Reply

Your email address will not be published.