Odisha Link
Bridging the Missing Links in Odisha

ପୁରୀ: ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ!

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି କସରତ। ଅନ୍ୟପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ ରଖିଛି।

ଏସବୁ ମଧ୍ୟରେ ଶାସକ ଦଳ ବିଜୁ ଜନତା ଦଳ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଆରମ୍ଭ କରିଛି ଅଙ୍କକଷା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ପରେ ଗୋଟିଏ ସଂସଦୀୟ କ୍ଷେତ୍ରର ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ଦିନ ତଳେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ନେତା । ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ପ୍ରାର୍ଥନା କରିଛନ୍ତି। ଟିକେଟ୍‌ ଘୋଷଣା ହୋଇନଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ନାମ ଫଟୋରୁ ସ୍ପଷ୍ଟ ହେଉଥିବା ରାଜନୈତିକ ବିଶାରଦ ମାନେ ଆକଳନ କରିଛନ୍ତି।

ଆଜି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଭାୟକ ରୁଦ୍ର ପ୍ରତାପ ମହାରଥୀ, ନୟାଗଡ ବିଧାୟକ ଅରୁଣ ସାହୁ, ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ପୁରୀର ଯୁବନେତା ପ୍ରମୁଖ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

Leave A Reply

Your email address will not be published.