Odisha Link
Bridging the Missing Links in Odisha

ନିର୍ବାଚନୀ ବଣ୍ଡ୍‌ ମାମଲା: ସତ୍ୟପାଠ ଦାଖଲ କଲା ଏସବିଆଇ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଥିଲେ।ଇଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟ ପୁଣି ନୋଟିସ ଜାରି କରିଥିଲେ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଆଜି ସତ୍ୟପାଠ ଦାଖଲ କଲା ଏସବିଆଇ। ନିର୍ବାଚନ କମିଶନଙ୍କୁ ଏସବିଆଇ ସବୁ ତଥ୍ୟ ଦେଲା।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ତାରିଖ ସୁଦ୍ଧା ତଥ୍ୟ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ। ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ୟ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.