Odisha Link
Bridging the Missing Links in Odisha

‘ଜେଲ୍‌ରେ ରହି ଚଲାଇବି ସରକାର’

ଓଏଲ୍‌ ବ୍ୟୁରୋ: ନିର୍ବାଚନ ବିଗୁଲ ବାଜିବା ପରେ ଦିଲ୍ଲୀ ରାଜନୀତି ସରଗରମ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଇସ୍ତଫା ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ଜେଲ୍‌ରେ ରହି ସରକାର ଚଲାଇବି ବୋଲି ସଫା ସଫା କହିଛନ୍ତି କେଜ୍ରିଓ୍ବାଲ।

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶଶି ରଞ୍ଜନ କୁମାର ସିଂହଙ୍କ ଜରିଆରେ ସୁରଜିତ ସିଂହ ଯାଦବ ଏହି ଆବେଦନ ଦାଖଲ କରିଥିଲେ। ସେପଟେ କେଜ୍ରିଓ୍ୱାଲ କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ। ଆବଶ୍ୟକ ପଡିଲେ ଜେଲରୁ ସରକାର ଚଳାଇବି। ବାହାରେ ରୁହେ କି ଭିତରେ, ସରକାର ଯେଉଁଠାରେ ରହିଲେ ବି ଚଳାଇବି।’

ସୂଚନାଥାଉକି, କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି। ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେବେ।

Leave A Reply

Your email address will not be published.