Odisha Link
Bridging the Missing Links in Odisha

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଶେଷରେ ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ପକ୍ଷରୁ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରାଯାଇଥିବା ଏହା ଦଳର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।

ବରଗଡ ପାଇଁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ, ମୟୁରଭଞ୍ଜ ପାଇଁ ନବ ଚରଣ ମାଝୀ, ବାଲେଶ୍ୱର ପାଇଁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ପାଇଁ ରୁଦ୍ରନାରାୟଣ ପାଣି, ବଲାଙ୍ଗୀର ପାଇଁ ସଂଗୀତା ସିଂଦେଓ, କଳାହାଣ୍ଡି ପାଇଁ ମାଳବିକା କେଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡା ପାଇଁ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ପାଇଁ ବିଭୂପ୍ରସାଦ ତରାଇ, ପୁରୀ ପାଇଁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ଆସ୍କାରୁ ଅନିତା ଶୁଭଦର୍ଶନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟ ଆସନ ପାଇଁ କାଲେରାମ ମାଝୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।

Leave A Reply

Your email address will not be published.