Odisha Link
Bridging the Missing Links in Odisha

ଆଜି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତମହାପାତ୍ର ସେବାୟତ। ଦ୍ବିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ ନୀତିକାନ୍ତି। ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ। ତେବେ ଏନେଇ ଶ୍ରୀମନ୍ଦିର ପକ୍ଷରୁ ଅବଗତ କରାଯାଇଛି।

Leave A Reply

Your email address will not be published.