ନବୀନ ନିବାସରେ ସମୀକ୍ଷା ବୈଠକ; ଯୋଗଦେବେ ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ

ଓଏଲ୍ ବ୍ୟୁରୋ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି କସରତ। ଏସବୁ ମଧ୍ୟରେ ଶାସକ ଦଳ ବିଜୁ ଜନତା ଦଳ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଆରମ୍ଭ କରିଛି ଅଙ୍କକଷା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ପରେ ଗୋଟିଏ ସଂସଦୀୟ କ୍ଷେତ୍ରର ବୈଠକ ଅନୁଷ୍ଠିତ ହୋଇଛି। ଆଜି ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ହେବ ସମୀକ୍ଷା ବୈଠକ। ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ରହିବେ।