Odisha Link
Bridging the Missing Links in Odisha

ଶଙ୍ଖ ଭବନରେ ମିଶ୍ରଣ ପର୍ବ; ବିଜେଡିରେ ମିଶିଲେ ହଜାର ହଜାର ବିଜେପି କର୍ମୀ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ବିଜେପି ଛାଡ଼ିଲେ ସୁକାନ୍ତ ନାୟକ । ନୀଳଗିରି ବିଧାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ, ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ। ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର। ଗତକାଲି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସୁରେନ୍ଦ୍ର ସିଂ ଭୋଇ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ। ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ। ଏହା ସହ ଭାରତୀୟ ଜନତା ପାର୍ଟି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। କଟକ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

Leave A Reply

Your email address will not be published.