Odisha Link
Bridging the Missing Links in Odisha

ସମ୍ବଲପୁରରେ ପ୍ରଣବ; ଟିକେଟ ପାଇବା ପରେ ନବୀନଙ୍କୁ ଜଣାଇଲେ କୃତଜ୍ଞତା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି।

ବିଜେଡିର ଟିକେଟ୍ ଘୋଷଣା ପରେ ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହା ପରେ ସେ ଆଜି ମା ସମଲେଇଙ୍କ ଦର୍ଶନ କରିଛନ୍ତି। ମାଆ ସମଲେଇଙ୍କ ଦର୍ଶନ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ବଲପୁରରୁ ଲଢ଼ିବାକୁ ସୁଯୋଗ ମିଳିଥିବାରୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଲେ କୃତଜ୍ଞତା । ବିକଶିତ ଓଡ଼ିଶା ଗଠନ ଆମର ସ୍ବପ୍ନ। ସମ୍ବଲପୁର ମୋ ଘର, ବାପା ଏଠୁ ପାଠ ପଢ଼ିଥିଲେ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି। ତେବେ ସମ୍ବଲପୁରରୁ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.