Odisha Link
Bridging the Missing Links in Odisha

ବିଜେପି ଛାଡ଼ିଲେ ପ୍ରକାଶ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟ ବିଜେପିକୁ ବଡ଼ ଝଟକା। ଭାରତୀୟ ଜନତା ପାର୍ଟି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। କଟକ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ପ୍ରକାଶ ବେହେରା ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ।

୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରକାଶ ବେହେରା ସାଲେପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ପରେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ଏହା ପରେ ବିଜେପି ପ୍ରକାଶ ବେହେରାଙ୍କୁ କଟକ ଜିଲ୍ଲା ସଭାପତି କରିଥିଲା। ହେଲେ ଏବେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆଗକୁ ସେ ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.